ଚାଲିଗଲା ଯୁବକଙ୍କ ଜୀବନ

ସମ୍ବାଦ ବିବରଣୀ

ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ବେଳେ ରେଭେନ୍ସାପୁର(ଖ) ଗ୍ରାମର ରଥ ମୁଣ୍ଡା ଘରୁ ପରିସ୍ରା କରିବାକୁ ବାହାରିଥିଲେ। ଏହି ସମୟରେ ଘର ଆଗରେ ଛକି ରହିଥ‌ିବା ଏକ ହାତୀ ତାଙ୍କୁ ଧରି ପାଦରେ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।ସୂଚନାଯୋଗ୍ୟ କି ନୁଣଗୋଠାଣି ଗାଁ ଜଙ୍ଗଲରେ ୩୨ ଟିକିଆ ହାତୀପଲ ଥିବା ବେଳେ ଏହି ପଲରୁ ଅଲଗା ହୋଇ ଏକ ଦନ୍ତା ହାତୀ ରେଭେନ୍ସାପୁର ଗ୍ରାମରେ ଉନ୍ମତ୍ତ କାଣ୍ଡ ଘଟାଇଛି।

ଆମକୁ ଅନୁସରଣ କରନ୍ତୁ