ବିଭାଗ: C-295 ବିମାନ |

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନ ମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଗୁଜୁରାଟ ବରୋଦରା ର ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ ପରିସରରେ ସି-୨୯୫ ବିମାନର ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଆଜି ଉଦଘାଟନ କରିଛନ୍ତି

ସମ୍ବାଦ ବିବରଣୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନ ମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ଗୁଜୁରାଟ ବରୋଦରା ର ଟାଟା ଆଡଭାନ୍ସ ସିଷ୍ଟମ ଲିମିଟେଡ ପରିସରରେ ସି-୨୯୫ ବିମାନର ନିର୍ମାଣ ପାଇଁ ଟାଟା ଏୟାରକ୍ରାଫ୍ଟ କମ୍ପ୍ଲେକ୍ସର ଆଜି ଉଦଘାଟନ କରିଛନ୍ତି। ଏହା ପୂର୍ବରୁ ସ୍ପେନର ପ୍ରଧାନ ମନ୍ତ୍ରୀ ମୋଦିଙ୍କ ସହ ମିଶି ରୋଡ ସୋ କରିଥିଲେ। ରୋଡ ସୋ ଦେଖିବା ପାଇଁ ଲୋକମାନଙ୍କର ବହୁତ ଭିଡ ମଧ୍ୟ ଜମିଥିଲା। ପେଡ୍ରୋ ଙ୍କୁ ନିଜର ବନ୍ଧୁ ସମ୍ୱୋଧନ କରି ପ୍ରଥମ ଥର ସେ ଭାରତ ଆସିଛନ୍ତି ବୋଲି ମୋଦୀ କହିଛନ୍ତି। ଏହା ଦ୍ୱାରା ଭାରତ-ସ୍ପେନର ସର୍ମ୍ପକ ଦୃଢ କରିବା ସହ ମେକ୍ ଇନ୍ ଇଣ୍ଡିଆ କୁ ୱାଲ୍ଡ ମିଶନ୍ ରେ ପ୍ରସ୍ତୁତ କରିବେ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ସ୍ୱର୍ଗତ ରତନ ଟାଟା ଙ୍କ କଥା ଉଲ୍ଲେଖ କରି ମୋଦୀ କହିଛନ୍ତି, ନିକଟରେ ଆମେ ରତନ ଟାଟାଙ୍କୁ ଟାଟା ଙ୍ହକୁ ହରେଇଛୁ । ୟାରକ୍ରାଫ୍ଟ କମ୍ପ୍ଲେକ୍ସ ସି-୨୯୫ ର ନିର୍ମାଣ ର ଉଦଘାଟନୀ ଉତ୍ସବରେ  ହୁଏତ ସେ ଆମ ସହ ନାହାନ୍ତି ହେଲେ ଏହା ଦେଖି ଖୁସି ହେଉଥିବେ ବୋଲି ମୋଦୀ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି କି, ଏୟାରକ୍ରାଫ୍ଟ ଫ୍ୟାକ୍ଟ୍ରି ନୂଆ କାର୍ଯ୍ୟ ଦକ୍ଷତା ସହ ଭାରତ କୁ ନୂତନ ଭାବେ ହାଇଲାଇଟ କରିବ ଏ ହି କାର୍ଯ୍ୟକ୍ରମରେ ଟାଟା ସନ୍ସ ଅଧ୍ୟକ୍ଷ ଏନ ଚନ୍ଦ୍ରଶେଖରନ କହିଛନ୍ତି ଯେ ଏହି ପ୍ରକଳ୍ପ ମୂଳତ ୨୦୧୨ରେ ରତନ ଟାଟାଙ୍କ ଦ୍ବାରା ହୋଇଥିଲା। ଯିଏ ଏୟାରବସ୍ ସହିତ ସମ୍ପର୍କ ସ୍ଥାପନ କରିବା ପାଇଁ ପୁରା ଧାରଣାକୁ ଆଗେଇ ନେଇଥିଲେ ଏବଂ ଏୟାରବସ୍ ସହିତ ଏହି ସହଭାଗିତା ସୃଷ୍ଟି କରି ଏହି ସୁଯୋଗ ପାଇଁ ମୂଳଦୁଆ ପକାଇଲା | ତେଣୁ ଏହି ପଥ ଭାଙ୍ଗିବା ପଦକ୍ଷେପରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ପାଇଁ ମୁଁ ତାଙ୍କୁ ମନେ ରଖିବାକୁ ଚାହେଁ ବୋଲି ସେ କହିଛନ୍ତି।

ଆମକୁ ଅନୁସରଣ କରନ୍ତୁ