-
34ºc, Sunny
-
Thursday, 3rd Jul, 2025
ମେଲବୋର୍ଣ୍ଣ: ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଚତୁର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚ୍ରେ ଅଷ୍ଟ୍ରେଲିଆ ଏକ ନୂଆ ଓପନିଂ ଯୋଡି ପଡ଼ିଆକୁ ଆସିଥିଲେ। ସାମ୍ କନଷ୍ଟାସ୍ ମେଲବୋର୍ଣ୍ଣରେ ଟେଷ୍ଟ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ।
ଗୁରୁବାର ମେଲବୋର୍ଣ୍ଣ ଟେଷ୍ଟର ପ୍ରଥମ ଦିନରେ ସାମ୍ କନଷ୍ଟାସ ଚମତ୍କାର ବ୍ୟାଟିଂ କରିଥିଲେ। ଭାରତୀୟ ଦ୍ରୁତ ବୋଲରଙ୍କ ବିପକ୍ଷରେ ସାମ୍ ସହଜରେ ରନ୍ ସଂଗ୍ରହ କରିଥିଲେ। ପ୍ରଥମ ଦିନରେ ବିରାଟ କୋହଲି ଏବଂ ସାମ୍ଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ବାସ୍ତବରେ, ଇନିଂସର ଦଶମ ଓଭରରେ ଯେତେବେଳେ ବିରାଟ କୋହଲି ଏହି ଯୁବ ବ୍ୟାଟ୍ସମ୍ୟାନଙ୍କ ନିକଟ ଦେଇ ଯାଇଥିଲେ, ସେତେବେଳେ ଉଭୟଙ୍କ କାନ୍ଧରେ କାନ୍ଧ ବାଜିଥିଲା, ଯାହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ଅମ୍ପାୟାର ଏଥିରେ ହସ୍ତକ୍ଷେପ କରିଥିଲେ। ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Fans
Fans
Fans
Fans