-
34ºc, Sunny
-
Wednesday, 2nd Jul, 2025
ନୂଆଦିଲ୍ଲୀ: ଗୁରୁତ୍ବପୂର୍ଣ୍ଣ ଖଣିଜ ଥିବା ଖଣି ହାସଲ କରିବା ଲାଗି କମ୍ପାନିଗୁଡ଼ିକ ମଧ୍ୟରେ ଆଗ୍ରହର ଅଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୧୧ଟି ଖଣିର ନିଲାମ ବାତିଲ କରିଛନ୍ତି। ଏହି ଖଣିଗୁଡ଼ିକ ମଧ୍ୟରୁ ଚାରିଟି ଖଣି ଲାଗି କେହି ବିଡ୍ ଦାଖଲ କରିନଥିଲେ। ଅନ୍ୟ ଖଣିଗୁଡ଼ିକ ଲାଗି ସର୍ବନିମ୍ନ ତିନିଟି ବୈଷୟିକ ବିଡ୍ ଆସିନଥିଲା। ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶରେ ଥିବା ଟଙ୍ଗଷ୍ଟନ ଓ ଗ୍ଲୁକୋନାଇଟ୍ ଖଣି ପାଇଁ କୌଣସି ବିଡ୍ ଆସିନଥିଲା।
ଟର୍ବାଇନ୍ଠାରୁ ଆରମ୍ଭ କରି ଇଲେକ୍ଟ୍ରିକ୍ ଯାନ (ଇଭି) ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ବ୍ୟବହାର ହେଉଥିବା ଗୁରୁତ୍ବପୂର୍ଣ୍ଣ ଖଣିଜ ଯଥା କୋବାଲ୍ଟ, ତମ୍ବା, ଲିଥିୟମ୍, ନିକେଲ୍ ଓ ବିରଳ ମୃତ୍ତିକା ଆଦିର ଉପଲବ୍ଧତାକୁ ବଢ଼ାଇବା ଲାଗି ଏହି ସବୁ ଉପାଦାନ ଥିବା ଖଣିଗୁଡ଼ିକୁ ନିଲାମ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ପୂର୍ବରୁ ନିଲାମର ତିନିଟି ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଥିବା ବେଳେ ଏହା ଥିଲା ଚତୁର୍ଥ ପର୍ଯ୍ୟାୟ। ଖଣି ପାଇବାକୁ ସଂସ୍ଥାଗୁଡ଼ିକ ମଧ୍ୟରେ ଆଗ୍ରହର ଅଭାବରୁ ପ୍ରଥମ ପର୍ଯ୍ୟାୟରେ ୧୪ଟି, ଦ୍ବିତୀୟରେ ୧୪ଟି ଓ ତୃତୀୟ ପର୍ଯ୍ୟାୟ ନିଲାମରେ ତିନିଟି ଖଣିର ନିଲାମ ବାତିଲ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୪୮ଟି ଖଣିକୁ ନିଲାମ ଲାଗି ଉପଲବ୍ଧ କରାଯାଇଥିବା ବେଳେ ସେଥିରୁ ୨୪ଟି ଖଣିକୁ ସଫଳତାର ସହ ନିଲାମ କରାଯାଇଛି।
Fans
Fans
Fans
Fans